ଏହି ସବୁଜ ଗ୍ରହରେ ମଣିଷ ବ୍ୟତୀତ ଆହୁରି ଅନେକ ପ୍ରାଣୀ ବାସ କରନ୍ତି । ମଣିଷ ପରି ସେମାନେ ମଧ୍ୟ ବଞ୍ଚିବା ପାଇଁ ପ୍ରକୃତିର ସାହାଯ୍ୟ ନିଅନ୍ତି । କିନ୍ତୁ କଥା ହେଉଛି ଆମ ଭଳି ସେମାନଙ୍କର ନିଜସ୍ୱ ଘର ନାହିଁ । ଯଦିଓ ସେମାନେ ଜଙ୍ଗଲରେ ରୁହନ୍ତି, କିନ୍ତୁ ଆମେ ମଣିଷମାନେ ଜଙ୍ଗଲକୁ ବି ଛାଡୁ ନାହୁଁ। ଜଙ୍ଗଲ କାଟି ସଫା କରି ରାସ୍ତା କିମ୍ବା ଘର ଆଦି ନିର୍ମାଣ କରି ଦେଉଛେ।। ତେଣୁ ଜୀବଜନ୍ତୁଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏପରି କ୍ଷେତ୍ରରେ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଛନ୍ତି। ସରକାର ସେମାନଙ୍କ ପାଇଁ ଏକ ଅଲଗା ଆଇନ ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ପକ୍ଷୀଙ୍କ ପାଇଁ ଏକ ସୁନ୍ଦର ବହୁ ମହଲା କୋଠା ନିର୍ମାଣ କରିଥିବାର ଏକ ଫଟୋ ଦେଖିବାକୁ ମିଳୁଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ମଣିଷଙ୍କ କୋଠାଭଳି ପକ୍ଷୀମାନଙ୍କ ପାଇଁ ଏକ କୋଠା ମଧ୍ୟ ତିଆରି କରାଯାଇଛି ।ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପକ୍ଷୀଙ୍କ ପାଇଁ କୋଠାର ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0