ଛୋଟ ପରଦାରେ ପ୍ରସାରିତ ହେଉଥିବା ରିୟାଲିଟ ସୋ ଲକ୍ ଅପ୍ ର ଉପସ୍ଥାପିକା ସାଜିଛନ୍ତି କଙ୍ଗନା । ବଡ ପରଦାରେ ଅନେକ ଚର୍ଚ୍ଚିତ ଚଳଚିତ୍ରର ନାୟିକା ସାଜିଥିବା ଅଭିନେତୀ୍ର କଙ୍ଗନା ରାଣାୱତ ଏବେ ଛୋଟ ପରଦାରେ ପ୍ରବେଶ କରିଛନ୍ତି । ଏହାର ଟ୍ୟାଗ ଲାଇନ ରହିଛି ବଦମାସ ଜେଲ୍ ଅତ୍ୟାଚାରୀ ଖେଲ୍ । ବିଗ୍ ବସ୍ ସିଜିନ୍ -୧୫ ରେ ଭାଗ ନେଇଥିବା କରନ୍ କୁନ୍ଦ୍ରା କଙ୍ଗନାଙ୍କ ଏହି ସୋରେ ଜଣେ ଜେଲର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କରନ ଘୋଷଣା କରିଛନ୍ତି ି ଯେ ଯେଉ ଁ ଲୋକମାନେ ତାଙ୍କୁ ଆରୋପ କରୁଛନ୍ତି ସମ୍ଭବତଃ ସେମାନଙ୍କର ସାମାନ୍ୟ ସମ୍ମାନ ଓ ସୈାଜନ୍ୟବୋଧ ନାହିଁ । ସେମାନଙ୍କୁ ଏହା ହେଉଛି ମନେ ପକାଇଦେବାର ଯଥାର୍ଥ ସମୟ । କରନ୍ କହିଛନ୍ତି ମୁଁ ଏବେ ଏ ସମସ୍ତ ଙ୍କୁ ବାଟକୁ ଆଣିବା ପାଇଁ କୁଇନ ଙ୍କ ବଦମାସ ଜେଲ, ଭିତରକୁ ଆସୁଛି । ଏବେ ଅସଲି ଅତ୍ୟାଚାରୀଙ୍କ ଖେଳ ଆରମ୍ଭ ହେବ । ଏଇ ସୋରେ କରନବିର ଭୋରା ମଧ୍ୟ ଚୋରି କେସ୍ ରେ ଅଭିଯୁକ୍ତ ହୋଇ ବେଶ ଚର୍ଚ୍ଚାକୁ ଆସିବେ । ସୋ କୁ ମଧ୍ୟ ପାୟଲ ରୋହତଗୀ ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ଏପାଖେ ବବିତା ଫୋଗଟ ବି ସୋ ରେ ଅସଲି ଦଙ୍ଗଲ୍ ଦେଖାଇବାର ଯୋଜନା ରହିଛି । ସୋ ରେ ଜୟେଶ ଭାଇ ଜୋରଦାର ମଧ୍ୟ ତାଙ୍କ ପ୍ରମୋଶନ ରେ ଆସିବେ ବୋଲି ଶୁଣାଯାଉଛି । ୧୫ ଜଣ ପ୍ରତିଯୋଗୀ ଏଇ ସୋ ରେ ଅଂଶଗ୍ରହଣ କରିଛନ୍ତିା ିମୁକ୍ତି ଲାଭ କରିସାରିଥଲେ ବି ଚଳଚିତ୍ର ଗଙ୍ଗୁବାଇ କାଠିଆୱାଡି ଟିମ୍ ଆଉ ଥରେ ଉକ୍ତ ସୋ ରେ ପ୍ରମୋସନ ପାଇଁ ପହଁଞ୍ଚିବ ବୋଲି ଶୁଣାଯାଉଛି । ଏମ୍ଏକ୍ସ ପ୍ଲେୟାର ଓ ଅଲ୍ଟ ବାଲାଜୀର ମିଳିତ ନିବେଦନରେ ପ୍ରସ୍ତୁତ ହୋଇଥିବା ଲକ୍ ଅପ୍ ମାତ୍ର ୪୮ ଘଣ୍ଟଭିତରେ ଦେଢ କୋଟି ଦର୍ଶକ ଙ୍କ ସମର୍ଥନ ପାଇଲାଣି ବୋଲି କଙ୍ଗନା ନିଜେ ଏକ ପ୍ରେସ ମିଟ ଜରିଆରେ ଦାବି କରିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0