ଫୁଲବାଣୀ: କରୋନା ସଂକ୍ରମଣକୁ ଆଖି ଆଗରେ ରଖ ଜୁନ ୨୨ ତାରିିଖକୁ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । କନ୍ଧମାଳ ଫୁଲବାଣୀ ସହରରେ ପୂର୍ବରୁ ଲାଗୁ ହୋଇଥିବା କଣ୍ଟେମେଣ୍ଟ ଜୋନକୁ ଜିଲ୍ଲା ପ୍ରଶାସନ ଆଜିଠାରୁ ହଟାଇ ଦେଇଛନ୍ତି । କିନ୍ତୁ ୪ଟି ଅଞ୍ଚଳ ତୋଟାସାହି, ନୂଆ ସାହି, ଶଗଡିଆ ସାହି, ଓ ମୋଚିସାହିରେ ପୂର୍ବ ଭଳି କଣ୍ଟେନମେଣ୍ଟ ଜୋନ୍ ରହିବ । ତେବେ କଣ୍ଟେନମେଣ୍ଟ ହଟିଥିଲେ ମଧ୍ୟ ସହରରେ ଲକଡାଉନ ରହିବ । କେବଳ ଅତ୍ୟାବଶ୍ୟକୀୟ ସମାଗ୍ରୀ, ପରିବା, ଗ୍ରୋସରୀ, କ୍ଷୀର, ଦୋକନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ ଦୋକନ ଓ ପେଟ୍ରୋଲ ପମ୍ପ ଦିନ ସାରା ଖୋଲା ରହିବ । କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ଯଦି କେହି କୋଭିଡ ନିୟମକୁ ଉଲ୍ଲଘନ କରନ୍ତି ତେବେ ତାଙ୍କ ପାଇଁ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0