spot_img

ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ ଆଲୋଚନା ବୈଠକ

ନୂଆଦିଲ୍ଲୀ ୧୬।୦୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ମୁକାବିଲା, ଲକ୍ଡାଉନ୍ ସ୍ଥିତି ଓ ଆର୍ଥିକ ଗତିବିଧି ତ୍ବରାନ୍ବିତ କରିବା ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅପରାହ୍ନ ୩ଟାରେ ଭିଡିଓ କନ୍ଫରେନ୍ସିରେ ଏହି ଆଲେଚନା ଅନୁଷ୍ଠିତ ହେବ। ତେଣୁ ବୈଠକରେ ପ୍ରଧାନମନ୍ତ୍ରୀ ଜୁନ୍ ଶେଷ ସୁଧା ଟେଷ୍ଟିଂ ନମ୍ବର ବଢାଇବାକୁ ପରାମର୍ଶ ଦେବା ସହ କଣ୍ଟେନମେଣ୍ଟ ଜୋନରେ ଡୋର ଟୁ ଡୋର ଟେଷ୍ଟିଂ ଲାଗି ମଧ୍ୟ କହିପାରନ୍ତି। କରୋନା ଭାଇରସ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବୈଠକ ହେବ ।

ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ହେବାକୁ ଥିବା ବେଳେ କରୋନା ସଂକ୍ରମଣ ହାର ଓ ରାଜ୍ୟମାନଙ୍କର ଭୌଗଳିକ ଅବସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ୨ଟି ଭାଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିପାରନ୍ତି ବୋଲି ଜଣାପଡିଛି।
ଦେଶରେ ସରକାର ଅନଲକ୍ ୧ ଆରମ୍ଭ କରିସାରିଛନ୍ତି। ଏଣୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ମଧ୍ୟ ଦିଆଯାଇପାରେ। ଦେଶରେ ରିକୋଭରି ହାର ୫୦ ପ୍ରତିଶତରେ ପହଞ୍ଚିଥିବା ରବିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular