ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି କରୋନାର ପ୍ରକୋପ । କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର RTO ଅଫିସରେ ମଧ୍ୟ ବ୍ୟାପକ ସଚେତନ କରାଯାଇଛି । ଗାଡି ସମ୍ପର୍କିତ କାଗଜପତ୍ର ପାଇଁ ଅଫିସକୁ ନ ଆସି ଅନଲାଇନରେ ଆବେଦନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ସାରଥୀ ୱେବ୍ ପୋର୍ଟାଲ www.parivahan.gov.in ରେ ଆବେଦନ କରିବାକୁ କୁହାଯାଇଛି । ତେବେ ଡ୍ରାଇଭିଂ କାମ ପାଇଁ ଆସୁଥିବା ବ୍ୟକ୍ତି ଅଫିସ ଆଗରେ ଗହଳି ନ କରିବାକୁ କୁହାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0