ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଫୋକସ୍ ରେ ରହିଛି ଗଞ୍ଜାମ ଜିଲ୍ଲା । ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମୟ ଉପଯୋଗୀ ପଦକ୍ଷପ ନେଉଛନ୍ତି । ତଥାପି ଅଗଷ୍ଟ ମାସ ଆମପାଇଁ ଚାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।
ସେ କହିଛନ୍ତି ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି । ହେଲେ ଅଧିକ ସର୍ତକ ରହିବ, ସମସ୍ତ କଟକଣା ମାନିବା । ଯେଉଁମାନେ କଟକଣା ଭାଙ୍ଗିବେ , ସେମାନଙ୍କ ନାଁରେ ଏତଲା ଦିଆଯିବ । ଅଗଷ୍ଟ ମାସରେ ଦୈନିକ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟଡ଼ାଉନ ରହିବ । ତା’ ସହ ପ୍ରତି ଶନିବାର ରବବାର ସପ୍ତାହାନ୍ତ ସଟଡ଼ାଉନ ମଧ୍ୟ କଡ଼ାକଡ଼ି ଲାଗୁ ହେବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0