ଯାଜପୁର: ଯାଜପୁର ଜିଲ୍ଲା ରଥିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଥିବା ଟ୍ରକକୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ୩ ମୃତ ଓ ୨ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ । ମୃତକ ମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ଗୁରୁତର ୨ ଆହତ ଗାଡି ଚାଳକ ଓ ଜଣେ ମହିଳା । ସୂଚନା ଅନୁସାରେ, ଭୁବନେଶ୍ୱରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟ ପଶ୍ଚିମବଙ୍ଗର ମେଦିନାପୁରକୁ ଯାଉଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଥିବା ଏକ ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତୁ୍ୟ ହୋଇଯାଇଥିଲା । ୨ ଜଣ ଗୁରୁତରଙ୍କୁ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0