ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ଼୍ -୧୯ର ମୁକାବିଲା ପାଇଁ ଏକ ନିରାପଦ ଟିକା ଉଦ୍ଭାବନ କରିବା ନିମନ୍ତେ ଅଣ୍ଟା ଭିଡିଛି । ବିଶ୍ୱ ସମୁଦାୟର ସାମୁହିକ ଉଦ୍ୟମ ବେଶ୍ ଉତ୍ସାହଜନକ । ଏହାର ଫଳସ୍ୱରୂପ ଏକାଧିକ ବିକଶିତ ଟିକା ଚୂଡାନ୍ତ ପର୍ଯାୟ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଛି । କିନ୍ତୁ ଏହାକୁ ନେଇ ସର୍ବସାଧାରଣ ମାତ୍ରାଧିକ ଉତ୍ସାହିତ ନହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ବିଶେଷଜ୍ଞମାନଙ୍କର ଏକ ଆଭାସୀ ଆଲୋଚନାଚକ୍ରରେ ଭାଗ ନେଇ ହୁ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ୍ ରିଆନ୍ କହିଛନ୍ତି ଯେ ଯେଉଁ କେତେଟି ହାତଗଣତି ଟିକାର ତୃତୀୟ ବା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି, ସେଥିରେ ପ୍ରାକୃତିକ ସଂକ୍ରମଣରୁ ଜଣେ ସୁସ୍ଥ ଲୋକ ନିଜକୁ ମୁକ୍ତ ରଖିପାରୁଛି କି ନାହିଁ, ତାହା ନିରୀକ୍ଷଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଯେତେ ସବୁ ପରୀକ୍ଷା ନିରୀକ୍ଷା ଚାଲିଥିଲା ତାହା କେବଳ ଟିକାର ନିରାପତ୍ତା ଏବଂ ଏହାର ରୋଗପ୍ରତିରୋଧ ସୃଷ୍ଟିକାରୀ ଗୁଣ ସମ୍ପର୍କରେ ତର୍ଜମା କରାଯାଉଥିଲା। ସୁତରାଂ କୌଣସି ଟିକା ଏହାର ସାର୍ବଜନୀନ ବ୍ୟବହାରରରେ ଫଳପ୍ରଦତା ପ୍ରମାଣ କରିବା ପାଇଁ ଆହୁରି ଅନେକ କିଛି ବାକି ଅଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ବର୍ତ୍ତମାନ ସ୍ଥିତିରେ ଆମେ ଟିକାଟିଏ ପାଇପାରିଥିବା ସମ୍ପର୍କରେ ନିଶ୍ଚିତ କରି କହିହେବନାହିଁ ବୋଲି ହୁ’ ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0