ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ଭୟାନକ ରୂପ ନେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧ ହଜାର ୫୩୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମଣ ମାମଲା ୨୦ ଲକ୍ଷ ୮୮ ହଜାର ୬୧୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୪୨ ହଜାର ୫୧୮କୁ ବୃଦ୍ଧି ପାଇଛି। ଦେଶରେ ୧୪ ଲକ୍ଷ ୨୭ ହଜାର ୬ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି।
COVID-19 Testing Update . For more details visit: https://t.co/dI1pqvXAsZ #ICMRFIGHTSCOVID19 #IndiaFightsCOVID19 #CoronaUpdatesInIndia #COVID19 pic.twitter.com/qPtcDUtcJ6
— ICMR (@ICMRDELHI) August 8, 2020
ମୋଟ୍ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ୬ ଲକ୍ଷ ୧୯ ହଜାର ୦୦୮ ସକ୍ରିୟ ମାମଲା ରହିଛି। ମୃତ୍ୟୁହାର ମଧ୍ୟ ୨.୦୪ ପ୍ରତିଶତକୁ କମି ଯାଇଛି। ତେବେ ଦେଶରେ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇବା ସହ ସକ୍ରିୟ ମାମଲା ମଧ୍ୟ କମିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୨ କୋଟି ୩୩ ଲକ୍ଷ ୮୭ ହଜାର ୧୭୧ ୭ ସାମ୍ପୁଲ ଟେଷ୍ଟ କରାଯାଇଥିବାବେଳେ ଗତକାଲି ୫ ଲକ୍ଷ ୯୮ ହଜାର ୭୭୮ ୭ ସାମ୍ପୁଲ ଟେଷ୍ଟ କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0