ବ୍ରହ୍ମପୁର : ଆଜିଠୁ ଗଞ୍ଜାମ ଜିଲ୍ଳାର ସହରାଞ୍ଚଳରେ ଆରମ୍ଭ ହୋଇଛି ପଞ୍ଚମ ପର୍ଯ୍ୟାୟ ହେଲଥ ସ୍କ୍ରିନିଂ । ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଜିଲ୍ଳାପାଳ ପୁଣି ଥରେ ହେଲଥ ସ୍କ୍ରିନିଂ ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ପୂର୍ବରୁ ଗଞ୍ଜାମ ଜିଲ୍ଳାରେ ୪ଟି ପର୍ଯ୍ୟାୟରେ ହେଲଥ ସ୍କ୍ରିନିଂ କରାଯାଇଛି । ଏଥିରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ , ସେନେଇ ଲକ୍ଷଣ ଯାଞ୍ଚକରିଥିଲେ ଡ଼ାକ୍ତର ଟିମ । ଏଥିରେ ମଧ୍ୟ ୨୦୦ ଡ଼ାକ୍ତର ହେଲଥ ସ୍କିନିଂ କରୁଛନ୍ତି । ଯେଉଁ ଲୋକଙ୍କ ଠାରେ ଲକ୍ଷଣ ଦେଖାଦେବା ସେମାନଙ୍କୁ କୋଭିଡ଼ ପରୀକ୍ଷା କରିବାକୁ ଡ଼ାକ୍ତରୀ ଟିମ ନିଦେ୍ର୍ଦଶ ଦେବେ । ଏହି ଯାଞ୍ଚ୪ଦିନ ଧରି ଚାଲିବ ।
ଗତ ଥର ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ବହୁ ଡ଼ାକ୍ତର ଟିମ ଅକ୍ସି ମିଟର ନ ଧରି କେବଳ ତାପମାତ୍ରା ଯାଞ୍ଚ କରି କାମ ସାରିଦେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ସମସ୍ତ ଡ଼ାକ୍ତର କଡ଼ାକଡ଼ି ଭାବେ ଅକ୍ସି ମିଟରରେ ଯାଞ୍ଚକରିବେ । ଜିଲ୍ଲାର ଅକ୍ସି ମିଟର ଅଭାବ ନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0