କଟକ : କଟକ ସହରରୁ ଆଉ ୭୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ଜଣ କଣ୍ଟେନମେଣ୍ଟ ଜୋନରୁ ଥିବା ବେଳେ ୭ଜଣ ହୋମ୍ କ୍ୱାରେଣ୍ଟାଇନ ଓ ୭ଜଣ ସରକାରୀ କ୍ୱାରେଣ୍ଚାଇନରେ ରହିଥିଲେ ।
ସ୍ଥାନୀୟ ସଂକ୍ରମିତମାନେ ହେଲେ, ଦେଓ୍ୱାନ ବଜାରରୁ ୪୪ ବର୍ଷୀୟ ବ୍ୟକ୍ତି, ୫୫ବର୍ଷୀୟ ବ୍ୟକ୍ତି ଓ ୪୫ ବର୍ଷୀୟା ମହିଳା । ତେଲଙ୍ଗାବଜାରରୁ ୬୨ ବର୍ଷୀୟା ମହିଳା, ଖପୁରିଆରୁ ୨୬ ବର୍ଷୀୟା ଯୁବତୀ, ମେଡିକାଲ ରୋଡରୁ ୭୦ ବର୍ଷୀୟ ବୃଦ୍ଧ, ବିଦ୍ୟାଧରପୁରରୁ ୩୦ ବର୍ଷୀୟା ଯୁବତୀ, ବକ୍ସିବଜାରରୁ ୬୨ ବର୍ଷୀୟ ବ୍ୟକ୍ତି, ୨୬ ବର୍ଷୀୟ ଯୁବକ, ବିଡାନାସୀରୁ ଜମେ ୨୯ ବର୍ଷୀୟା କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟେନମେଣ୍ଟ ରୋଡରୁ ଜଣେ ୬୦ ବର୍ଷୀୟ ବ୍ୟକ୍ତି, କନିକା ରୋଡରୁ ୫୦ ବର୍ଷୀୟା ମହିଳା, ସେକ୍ଟର ୯ରୁ ୫୨ ବର୍ଷୀୟା ମହିଳା, ମଠ ସାହିରୁ ୪୫ ବର୍ଷୀୟ ବ୍ୟକ୍ତି, ସତିଚଉରାରୁ ୬୦ ବର୍ଷୀୟା ମହିଳା ଓ ଚୌଦ୍ଧରୀ ବଜାରରୁ ୨୮ ବର୍ଷୀୟା ଯୁବତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।
ଏହାକୁ ମିଶାଇ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୬କୁ ବୃଦ୍ଧି ପାଇଛି । ଏହାମଧ୍ୟରୁ ୭୬୩ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୦ଜଣ ପ୍ରାଣ ହରାଇଛନ୍ତି । ସେହିପରି ୭୭୩ଟି ସକ୍ରିୟ କେସ୍ ରହିଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0