ପୁରୀ: କରୋନା କବଳରେ ଶ୍ରୀକ୍ଷେତ୍ର । ସବୁପ୍ରକାର ସତର୍କତା ଓ ସଚେତନତା ପରେ ମଧ୍ୟ ପୁରୀ ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଣ୍ଟେନମେଣ୍ଟ ଜୋନ କଟକଣା କଡାକଡି ରହିଥିଲେ ମଧ୍ୟ ସାପ୍ତାହିକ ସଟଡାଉନକୁ କୋହଳ କରାଯାଇଛି । ମାର୍ଚ୍ଚ ମାସରେ କରୋନା ମହାମାରୀ ସମୟରେ ପୁରୀ ଜିଲ୍ଲା ଆଗୁଆ ପଦକ୍ଷେ ନେଇଥିଲା । ସମସ୍ତ ହେଟେଲରୁ ପର୍ଯ୍ୟଟକଙ୍କୁ ଖାଲି କରାଯିବା ସହ ବେଳାଭୂମିରେ ୧୪୪ ଧାରା ଜରି କରାଯାଇଛି । ଶ୍ରୀ ମନ୍ଦିର ମାର୍ଚ୍ଚ ୨୦ ରୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ପୁରୀକୁ ବସ୍ କିମ୍ବା ଟ୍ରେନ ଚଳାଚଳ ବନ୍ଦ ରହିଛି । ଏସବୁ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ କରୋନା କବଳିତ ହୋଇଛି । ପୁରୀ ପୌରାଞ୍ଚଳରେ ବସ୍ତି ଅଞ୍ଚଳରେ ବେଶି କରୋନା ଚିହ୍ନଟ ହୋଇଛନ୍ତି । ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ନିୟମକୁ ସେଠାକାର ବାସିନ୍ଦା ଖୋଲାଖୋଲି ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0