କଟକ: କଟକ ସହରରୁ ସୋମବାର ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୩ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୬ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୮ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।
ସ୍ଥାନୀୟ ସଂକ୍ରମିତ ହେଲେ ଫ୍ରେଣ୍ଡସ୍ କଲୋନୀର ୨୮ ବର୍ଷୀୟ ଯୁବକ, ରାଜା ବଗିଚାର ୩୭ ବର୍ଷୀୟ କରୋନା ଯୋଦ୍ଧା, ବାମ୍ଫି ସାହିର ୬୧ ବର୍ଷୀୟ ବୃଦ୍ଧ, କନିକା ଛକର ୩୩ ବର୍ଷୀୟ ଯୁବକ, ଦରଘା ବଜାରର ୫୫ ବର୍ଷୀୟା ମହିଳା, ମହତାବ ନଗରର ୪୮ ବର୍ଷୀୟ କରୋନା ଯୋଦ୍ଧା, ମଧୂପାଟମାର ୫୨ ବର୍ଷୀୟ ବ୍ୟକ୍ତି, ସିଡିଏ ସେକ୍ଟର ୧୦ର ୫୩ ବର୍ଷୀୟ ବ୍ୟକ୍ତି, ସେକ୍ଟର ୭ର ୩୭ ବର୍ଷୀୟ କରୋନା ଯୋଦ୍ଧା ଓ ସେହେବଜାଦା ବଜାରର ୫୫ ବର୍ଷୀୟ ବ୍ୟକ୍ତି ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0