ମାଲକାନଗିରି: ଦୋକାନ ମାନଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ । ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଳାଇନ ଜାରି କରିଛନ୍ତି ଜିଲ୍ଳା ପ୍ରଶାସନ । ବିଭିନ୍ନ ଦୋକାନ ଗୁଡିକୁ ଏ, ବି, ସି ବର୍ଗରେ ବିଭକ୍ତ କରାଯାଇଛି । ଔଷଧ ଦୋକନକୁ ଏ ଓ ବି ବର୍ଗରେ ବିଭକ୍ତ କରାଯାଇଛି । ଯାହାଫଳରେ ଦିନେ ଛାଡି ଦିନେ ଔଷଧ ଦୋକାନ ସକାଳ ୭ଟାରୁ ଦିନ ୩ଟା ଯାଏ ଖୋଲିବ । ଅଗଷ୍ଟ ୩୧ ଯାଏଁ ସହରରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଏହାସହ ଦୋକାନରେ କୋଭିଡ କଟକଣା ମାନିବା ନେଇ କଟକଣା କରାଯାଇଛି । ଗ୍ରାହକ ମାନେ ମାସ୍କ ନ ପିନ୍ଧିଥିଲେ ଜିନିଷ ନ ଦେବାକୁ ଦୋକନି ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏହି ନିୟମକୁ ଉଲ୍ଲଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପ୍ରଶାସନ ନିଦେ୍ର୍ଦଶ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0