ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ୫ ମାସରୁ ଉର୍ଦ୍ଧ୍ୱ ହେବ ବନ୍ଦ ରହିଛି ସ୍କୁଲ, କଲେଜ । ପାଠପଢ଼ା ମଧ୍ୟ ଠପ୍ ହୋଇଛି । ଏପରି ସ୍ଥିତିରେ ଆସନ୍ତା ମାସ ଅନୁଷ୍ଠିତ ହେବ OJEE ପରୀକ୍ଷା । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ଏହି ପରୀକ୍ଷା । ପ୍ରଥମ ଥର ପାଇଁ କମ୍ପୁଟର ବେସଡ଼ ଟେଷ୍ଟ(ସିବିଟି) ଅନୁଷ୍ଠିତ ହେବ । ଏନେଇ ବୌଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଦଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ITI କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । OJEE , TCS ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ । ପରିଦର୍ଶନ ସମୟରେ ସହଯୋଗ କରିବାକୁ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0