spot_img

ଭିନ୍ନ ଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ମୋହନା: ଆଜି ଅଡବା ପୋଲିସ ପେଟ୍ରୋଲିଂ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରିଛି । ଗଜପତି ଜିଲ୍ଲା ଅଡବା ଓ ଆର. ଉଦୟଗିରିରେ ପୋଲିସ ଚଢାଉ କରି ୧୫୩ କେଜିର ଗଞ୍ଜେଇ ଜବତ କରିଛି । ସୂଚନା ମୁତାବକ, ଅଡବା ପୋଲିସ ଝିଲିକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ହୁଣ୍ଡାଇ କାରରୁ ୫୩ କେଜିର ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୋଲିସ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର କାଡିଚାଳକକୁ ଗିରଫ କରିଛି । ସେହିପରି ଆର. ଉଦୟଗିରି ସମ୍ବଲପୁର-ଅକୀଲୀମା ମଧ୍ୟରେ ଥିବା ରାଣୀ ଛକରେ ଚଢାଉ କରି ଆଉ ଏକ କାରରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ବେଳେ ୫ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୭ଲକ୍ଷ ୬୫ ହଜାର ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular