କଟକ: ଆଜିଠାରୁ କଟକ ଏସସିବିରେ ସ୍ୱତନ୍ତ୍ର କରୋନା ଆଇସୋଲେସନ ୱାର୍ଡ଼ରେ ଆରମ୍ଭ ହୋଇଛି ଡ଼ାଏଲିସିସ ସୁବିଧା । ୩ଟି ମେସିନରେ ପ୍ରତିଦିନ ୯ଜଣ ଓ ସପ୍ତାହକୁ ୨୭ଜଣ କିଡନିରୋଗୀଙ୍କ ଡ଼ାଏଲିସିସ କରାଯାଇପାରିବ । ଏଥିପାଇଁ ୩ଟି ଆର ଓ ପ୍ଲାଣ୍ଟମେସିନ ବସାଯାଇଛି ।
ଅନ୍ୟପଟେ ଆଜିପୁଣି ଆଣ୍ଟିଜେନ ପରୀକ୍ଷାରେ ନେଫ୍ରୋଲୋଜି ବିଭାଗ ଓପିଡ଼ିରୁ ୨ଜଣ କିଡ଼ନି ରୋଗୀ ଓ ଜଣେ ରୋଗୀ ସହାୟକ କରୋନା ଚିହ୍ନଟ ହୋଇଛନ୍ତି । ଡ଼ାଏଲିସିସ ପାଇଁ କରୋନା ସଂକ୍ରମିତ କିଡ଼ିନ ରୋଗୀ ହନ୍ତସନ୍ତ ହେଉଥିଲେ । ଯାହାକୁ ନେଇ ବାରମ୍ବାର ଅଭିଯୋଗ ପରେ ଏସିବି ନେଫ୍ରୋଲୋଜି ବିଭାଗରେ ଯେଉଁଠି ଅନ୍ୟ କିଡ଼ନିରୋଗୀଙ୍କ ଡ଼ାଏଲିସିସ କରାଯାଉଛି ସେଠାରେ ସେମାନଙ୍କ ଡ଼ାଏଲିସିସ କରାଯାଉଥିଲା ।
କିନ୍ତୁ ସଂକ୍ରମଣ ଆଶଙ୍କା ଓ ଏହାର ସ୍ଥାୟୀ ସମାଧାନ ପାଇଁ କଟକ ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର କରୋନା ଆଇସୋଲେସନ୍ ୱାର୍ଡରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଡାଏଲିସିସ୍ ସୁବିଧା। ବର୍ତ୍ତମାନ ସୁଦ୍ଧା ଏସ୍ସିବି ନେଫ୍ରୋଲୋଜି ବିଭାଗରେ ୭୮ଜଣ କରୋନା ସଂକ୍ରମିତଙ୍କ ଡାଏଲିସିସ୍ ହୋଇଛି। ନେଫ୍ରୋଲୋଜି ବିଭାଗର ୨୩ଜଣ କରୋନା ସଂକ୍ରମିତ କିଡ୍ନି ରୋଗୀଙ୍କୁ ଆଇସୋଲେସନ୍ ୱାର୍ଡରେ ଡାଏଲିସିସ୍ ପାଇଁ ରଖାଯାଇଛି। ଗତ ସପ୍ତାହରୁ ଏସ୍ସିବି ନେଫ୍ରୋଲୋଜି ବିଭାଗରେ କରୋନା ସଂକ୍ରମିତଙ୍କ ଡାଏଲିସିସ୍ ଆରମ୍ଭ କରାଯାଇଛି। ହେଲେ ବିଭାଗରେ ଡାଏଲିସିସ କରିବା ଫଳରେ ଅନ୍ୟ ରୋଗୀଙ୍କ ପ୍ରତି ସଂକ୍ରମଣ ଭୟ ଥିବାରୁ ଆଇସୋଲେସନ୍ ୱାର୍ଡରେ ଏହି ବ୍ୟବସ୍ଥା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୪ରୁ ଅଧିକ କରୋନା ସଂକ୍ରମିତ କିଡ୍ନି ରୋଗୀଙ୍କ ମୃତ୍ୟୁ ଘଟିଲାଣି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0