spot_img

ଓଡ଼ିଶାରେ ଦିନକୁ ଲକ୍ଷେ ଟେଷ୍ଟ କରାଯିବାକୁ ଯୋଜନା

ଭୁବନେଶ୍ୱର: ଆଗାମୀ ଅଗଷ୍ଟ ୨୦ ସୁଦ୍ଧା ଦିନକୁ ୫୦ ହଜାର ଟେଷ୍ଟ କରିବାକୁୁ ଲକ୍ଷ୍ୟ କରାଯାଇଛି । ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସିର ନିର୍ଦ୍ଦେଶକ ଡ.ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟରେ ଦୌନିକ ଏକ ଲକ୍ଷ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ କରୋନା ଶିଖର ଆଡ଼କୁ ଗତି କରୁଛି । ଏପରି ଲାଗି ରହିଲେ ଆଗାମୀ ଦିନରେ କରୋନା ସଂକ୍ରମଣ ସଂଖ୍ୟା କମିବ ।

ଡ. ପରିଡ଼ା କହିଛନ୍ତି,  ଟେଷ୍ଟିଂ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଦିନକରେ ଲକ୍ଷେ ଟେଷ୍ଟିଂ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯାଇପାରିବ । ରାପିଡ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ୍ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ରହିବ ନାହିଁ ।
ଅନ୍ୟପକ୍ଷରେ ଓଡ଼ିଶାରେ କରୋନା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା କଟକ, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ଯାଜପୁର ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular