ମୟୂରଭଞ୍ଜ: କରୋନା ମହାମାରୀ ରୋକିବା ପାଇଁ ଚାଲିଛି ଅଭିନବ ପ୍ରୟାସ । କରୋନାକୁ ନଜରରେ ରଖି ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରିବା ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ ଚାଲିଛି । ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ସହରର ସମସ୍ତ କାନ୍ଥ ବାଡରେ ଚିତ୍ର ଆଙ୍କି କରାଯାଉଛି ସଚେତନ । ସଚେତନତା ବାର୍ତ୍ତା ସହ ସହରକୁ ସୁନ୍ଦର କରି ତୋଳିବାକୁ ଉଦ୍ୟମ କରିଛନ୍ତି ଜିଲ୍ଲାପାଳ । ଚିତ୍ର ଶୀଳ୍ପୀ ମାନେ ସହରର ସମସ୍ତ କାନ୍ଥ ଗୁଡିକୁ ନିଜ ତୁଳିରେ ରଙ୍ଗର ପରସା ନେଇ ଆଙ୍କି ଦେଇଛନ୍ତି । ସୁସ୍ଥ ଭାରତ ଅଭିଯାନ ଠାରୁ ଆରମ୍ଭ କରି କରୋନା ସଚେତନତା ବାର୍ତ୍ତାକୁ ଚିତ୍ର ମାଧ୍ୟମରେ ଲୋକମାନଙ୍କୁ ଜଣାଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0