spot_img

ରାଜ୍ୟରେ ଦିନକରେ ହେଲା ୪୦ ହଜାର ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଯେ , ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି । ଆରଟିପିସିଆର , ଆଣ୍ଟିଜେନ  ମାଧ୍ୟମରେ ଏହି ଟେଷ୍ଟ କରାଯାଇଛି ।
ଆଗକୁ ରାଜ୍ୟରେ ଦୈନିକ ୧ଲକ୍ଷ କରୋନା ଟେଷ୍ଟ କରିବାକୁ ଯୋଜନା ରଖାଯାଇଛି । ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଥିବା ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular