spot_img

କୋରାପୁଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ

କୋରାପୁଟ: ବଡପଡାରୁ ସମ୍ବଲପୁରକୁ ଗଞ୍ଜେଇ ଚାଲାଣ ବେଳେ ୩ କୁଇଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଟିପର ମଧ୍ୟରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସର ଯାଞ୍ଚ ବେଳେ ଧରାପଡିଛି । ଲମତାପୁଟ ପୋଲିସ ଦ୍ୱାରା ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ବଡପଡାରୁ ସମ୍ବଲପୁରକୁ ଚାଲାଣ କରାଯାଉଥିବା ବେଳେ ସଗର ଛକ ନିକଟରେ ଲମତାପୁଟ ପୋଲିସ ଜବତ କରିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular