ଖୋର୍ଦ୍ଧା: ଦେଶବ୍ୟାପି କରୋନା ଆତଙ୍କ ଚଳାଇଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି ଚୋରା ମଦ ବ୍ୟବସାୟୀ । ଅବକାରୀ ବିଭାଗ ପଛରେ ଚାଲିଛି ବେଧଡକ ନିଶା କାରବାର । ଅନେକ ସ୍ଥାନରେ ଦେଶୀ ମଦ ବେଆଇନ ଭାବେ ବିକ୍ରି କରି ଲାଭ ଉଠାଉଛନ୍ତି । ସଂରକ୍ଷିତ ଜଙ୍ଗଲରେ ଚାଲିଛି ମଦ ଭାଟି । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ୍ ଦେଶି ମଦ ଭାଟି ଚାଲିଛି । ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ଦେଖି ସ୍ଥାନୀୟ ଲୋକ ବାରମ୍ବାର ଜଣାଇଲେ ମଧ୍ୟ ଅବକାରୀ ବିଭାଗ କି ବନ ବିଭାଗ ଅଭିଯୋଗକୁ ଶୁଣିନଥିଲେ । ଜଙ୍ଗଲ ଭିତରେ ଦିନ ଦ୍ୱିପହରରେ ମଦ ମାଫିଆମାନେ ବେଆଇନ କାରବାର କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆଠଗଡର ନୂଆସାହି, ଖଣ୍ଡୁଆଳି, ସରସ୍ୱତୀପୁର, କୋରଙ୍ଗା, କଅଁସର ଅଞ୍ଚଳରୁ ଏପରି ଦେଖିବାକୁ ମିଳିଛି । ତେବେ ଆଜି ଖୋର୍ଦ୍ଧା ଅବକାରୀ ବିଭାଗରେ ପାଞ୍ଚ ଜଣିଆ ଟିମକୁ ବୋଲଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛନ୍ତି । ଚଢାଉ ସମୟରେ ଅସରଳା ପଞ୍ଚାୟତ ଜଣେ ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୫୨ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରିଛି । ଏହା ସହ ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0