spot_img

କୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ । ଏକ ଟ୍ୱିଟକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ପ୍ରଶାନ୍ତଙ୍କ ଦଣ୍ଡବିଧାନ ଆସନ୍ତା ୨୦ ତାରିଖରେ ହେବ । ଭାରତର ମୁଖ୍ୟ ବିଚାରପତି ଏସ ଏ ବବଡେ ଏବଂ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତ ଭୂଷଣଙ୍କ ଦ୍ବାରା କରାଯାଇଥିବା ଦୁଇଟି ଆକ୍ଷେପମୂଳକ ପୃଥକ ଟ୍ୱିଟକୁ ନିଜ ଆଡ଼ୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିଥିଲେ। ଏହା ସହ ଏ ନେଇ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନୋଟିସ ପଠାଇଥିଲେ।

ଜୁନ୍ ୨୭ରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟର ଚାରିଜଣ ମୁଖ୍ୟ ବିଚାରପତି ଗଣତନ୍ତ୍ରର ବିନାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ଜୁନ୍ ୨୯ରେ ସେ ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ଉପରେ ଜଣେ ବିଜେପି ନେତାଙ୍କ ୫୦ଲକ୍ଷ ଟଙ୍କାର ବାଇକ୍ ଚଢ଼ିବା ଏବଂ ନାଗରିକମାନଙ୍କୁ ନ୍ୟାୟ ପାଇବାର ସେମାନଙ୍କର ମୌଳିକ ଅଧିକାରକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟକୁ ତାଲା ପକାଇ ରଖିଥିବା ଅଭିଯୋଗ କରିଥିଲେ । ଏ ନେଇ ଗ୍ୱାଲିଅରର ଜଣେ ଓକିଲ ମେହେକ ମହେଶ୍ୱରୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ଆବେଦନ କରିଥିଲେ ଯାହା ପରେ .ସୋ ମୋଟୋ ଅପରାଧିକ ଅବମାନନା ମାମଲାରେ ପରିଣତ ହୋଇଥିଲା। ଜୁଲାଇ ୨୨ରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ ତାଙ୍କୁ ନୋଟିସ ଜାରି କରିଥିଲେ।

ପ୍ରଶାନ୍ତ ଭୂଷଣଙ୍କୁ ନୋଟିସ ବି ଦିଆଯାଇଥିଲା । କୋର୍ଟରେ ଜବାବସୁଆଲ ବେଳେ ପ୍ରଶାନ୍ତଭୂଷଣ କହିଥିଲେ, ଟ୍ୱିଟ କାହାକୁ ଅପ୍ରିୟ ଲାଗିଥିଲେ ବି ଏହା ଅବମାନନା ନୁହେଁ । ପ୍ରଧାନବିଚାପତିଙ୍କୁ ସମାଲୋଚନା ସୁପ୍ରିମକୋର୍ଟର ଗରିମା କ୍ଷୂର୍ଣ୍ଣ କରୁନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular