ଭୁବନେଶ୍ୱର: ରାଜ୍ୟରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ରାଜ୍ୟରେ ରେକର୍ଡ଼ ସଂଖ୍ୟକ କରୋନା ଟେଷ୍ଟ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨ ହଜାରରୁ ଅଧିକ କରୋନା ଟେଷ୍ଟ କରାଯାଇଛି । ଓଡ଼ିଶାରେ ଗୋଟିଏ ଦିନରେ ସର୍ବାଧିକ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଛି । ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯିବାକୁ ଲକ୍ଷ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ୫୦ ହଜାରରୁ କରୋନା ଟେଷ୍ଟ କରାଯାଇଛି । ତେବେ ରାଜ୍ୟରେ ଗୋଟିଏ ଦିନରେ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୧୦ ହଜାର୨୪୦ ଜଞଚଉଜ ଟେଷ୍ଟ, ୪୨ ହଜାର ୪୧୪ ଆଣ୍ଟିଜେନ ଟେଷ୍ଟ ଏବଂ ୧୪୧ ଟ୍ରୁନଟ୍ ଟେଷ୍ଟ କରାଯାଇଛି । ଏଥିମଧ୍ୟରୁ ଭୁବନେଶ୍ୱର ଆରଏମଆରସି ରେ ୧୮୯୭,ଆଇଏଲଏସ ରେ ୧୩୯୦, କଟକ ଏସସିବିରେ ୨୪୬୦ ଟେଷ୍ଟ କରାଯାଇଛି । ସେହିପରି ଆଗକୁ ରାଜ୍ୟରେ ଟେଷ୍ଟିଂ କ୍ଷମତା ୧ ଲକ୍ଷକୁ ବୃଦ୍ଧି କରାଯିବାରବାର ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବରୁ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0