ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ମୁକୁନ୍ଦପୁରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତ ରାତି ପ୍ରାୟ ୧୦ଟା ବେଳେ ମୁକୁନ୍ଦପୁରରେ ପ୍ରସନ୍ନ କୁମାର ମହାପାତ୍ରଙ୍କ ଘରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ତାଙ୍କ ଘରର ଆଜବେଷ୍ଟସ୍ ଉଡି ଯାଇଥିଲା ଏବଂ ଘରର କାନ୍ଥ ଭାଙ୍ଗିଯାଇଥିଲା । ପାର୍ଶ୍ୱରେ ଥିବା ଘର ଗୁଡିକ ଉପରେ ମଧ୍ୟ ଏହା ପ୍ରଭାବିତ ହୋଇଥିଲା । ମୃତହାତର କୌଣସି ସୂଚନା ମିଳୁନଥିବା ସୂଚନା ମିଳିଛି । । ଅନ୍ୟପଟେ ବାଣ ତିଆରି କରିବା ପାଇଁ ରଖାଯାଇଥିବା ବାରୁଦ ଗଦାରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ଅଘଟଣ ପରେ ପ୍ରସନ୍ନ ତାଙ୍କ ଘର ଉପରକୁ କେହି ବୋମା ମାଡ କରିଥିବା କହିଛନ୍ତି । ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାର ତଦନ୍ତ କରୁଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0