ନବଜାତକ ଜନ୍ମର ୧୨ଘଣ୍ଟା ମଧ୍ୟରେ କରୋନା ଭୁତାଣୁ ଦ୍ୱାରା ସଂକ୍ତମିତ ହେଉଥିବାର ସୁଚନା ମିଳିଛି । ଏହାକୁ ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି । କରୋନା ସଂକ୍ରମିତ ୬ଜଣ ଗର୍ଭବତୀ ମହିଳାଙ୍କ ଶିଶୁଙ୍କ ଠାରେ କରୋନା ଚିହ୍ଟ କରିଛନ୍ତି । ଏଥିସହ ବୌଗଂନିକମାନେ ପିଲାମାନଙ୍କ ନିକଟରେ କରୋନା ସଂକ୍ରମଣର କାରଣ ଅନୁସନ୍ଧାନ କରିଛନ୍ତି ।
ତେବେ ମାଆଙ୍କ ଗର୍ଭରେ ସେମାନଙ୍କୁ କରୋନା ସଂକ୍ରମଣ କରିଛି ନା ଜନ୍ମ ପରେ ଏହି ସଂକ୍ରମଣ ଘଟିଲା ତାକୁ ନେଇ ଏଯାବତ ନ୍ଦନ୍ଦ୍ ଲାଗି ରହିଛି । ବ୍ରିଟେନର ପ୍ରସ୍ତୁତ ସର୍ବକ୍ଷେଣରୁ ଜଣାଯାଇଛି ଯେ ଶିଶୁ କିଭଳି ସଂକ୍ରମଣ ହେଉଛନ୍ତି ତାହ ଏବେ କହିବା ସମ୍ଭବ ନୁହେଁ । ଏହାର କାରଣ ଖୋଜିବାରେ ବିଶେଷଙ୍ଗ୍ୟ ମାନେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ପିଲାମାନଙ୍କୁ ଏହି ସଂକ୍ରମଣ କିପରି ହେଉଛି ତାହାର କାରଣ ଖୋଜା ଚାଲିଛି । ଏଥିସହ ବିଭିନ୍ନ ଉଚ୍ଛ ଅନୁଯାୟୀ ଯେଉଁ ମହିଳାମାନେ ଅଧିକ ଓଜନିଆ,ମଧୁମେହ ଭଳି କିଛି ସ୍ୱାସ୍ଥ୍ୟ ସମସ୍ୟାରେ ପିଡିତ ,ସେମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0