spot_img

୩ ଦିନ ପାଇଁ ସଟଡ଼ାଉନ ହେଲା କୁଜଙ୍ଗ

ପାରାଦୀପ: କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ଜଣ ପଜିଟିଭ ଚିହ୍ନଟ ପରେ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିପାଇଁ ସଟଡ଼ାଉନ ଘୋଷଣା କରାଯାଇଛି । ଏହି ସମୟରେ କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଜଗତସିଂପୁର ଜିଲ୍ଲାପାଳ । କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । କେବଳ ଜରୁରୀକାଳିନ ସେବା ଜାରି ରହିବ ।
କୋଭିଡ଼ କଟକଣା ମୁତାବକ ପ୍ରଶାସନ ଠାରୁ ଅନୁମତି ନେଇ ସନ୍ଧ୍ୟା ୫ଟା ମଧ୍ୟରେ ପନିପରିବା, ତେଜରାତି ସାମଗ୍ରୀ, କ୍ଷୀର, ଔଷଧ ଆଦି ହୋମ ଡ଼େଲିଭରି କରି ହେବ । କୋଭିଡ଼ ଡ଼ୁ୍ୟଟିରେ ଥିବା କର୍ମଚାରୀଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତ ସରକାରୀ ବେସରକାରୀ ଅଫିସ ବନ୍ଦ ରହିବ ।

ସୂଚନାଯୋଗ୍ୟ ଜଗତସିଂହପୁର ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୧,୦୨୪ ରେ ପହଞ୍ଚଥିିବା ବେଳେ ୮୦୫ଜଣ ସୁସ୍ଥ ହୋଇ ସାରିହେଲଣି । ୨୧୭ଜଣ ଚିକିତ୍ସାଧିନ ଥିବା ବେଳେ କରୋନାରେ ଜିଲ୍ଲାରେ ୨ଜଣ ଆଖି ବୁଜି ସାରିଲେଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular