ମହେନ୍ଦ୍ର ସିଂ ଧୋନି ଅବସର ନେଇଛନ୍ତି । ସେ ହେଉଛନ୍ତି ଏମିତି ଜଣେ ଖେଳାଳୀ,ଯାହା ସଂପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାନେ କଥା ହୋଇଥାନ୍ତି । ବିଶିଷ୍ଟ କିକ୍ରେଟ ଖେଳାଳୀ ଜିନ ଜୋନ୍ସଙ୍କର ଧୋନିଙ୍କ ସଂର୍ପକରେ ଏମିତି ମନ୍ତବ୍ୟ ତାଙ୍କର କ୍ରିକେଟ ଯୋଗଦାନରେ ମହୀନିୟତା ସଂର୍ପକରେ ପ୍ରତିପାଦିତ କରିବା ପାଇଁ ଯଥେଷ୍ଟ । କିଛିଦିନ ତଳେ ଦୈନିକ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ସହିତ ଏକ କଥାବାର୍ତ୍ତ । ଜୋନ୍ସ ଏଭଳି ମନ୍ତବ୍ୟ ଦେଇଥିଲେ । ସେହି ଆଲୋଚନା ବେଳେ ଜୋନ୍ସ ଏକଥା ବି କହିଥିଲେ ଯେ ଧୋନି ସର୍ବକାଳୀନ ୬ଟି ଶ୍ରେଷ୍ଠ କିକ୍ରେଟ ଖେଳାଳୀଙ୍କ ମଧ୍ୟରୁ ଅନ୍ୟତମ ।
ଭାରତର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କିକ୍ରେଟରୁ ଅବସର ନେଇଛନ୍ତି । ପ୍ରଥମେ ବିସିସିଆଇକୁ ଏଇ ଚିଠି ଲେଖି ଜଣାଇଦେବାପରେ ସେ ଏକ ଇନଷ୍ଟ୍ରାଗ୍ରାମ ପୋଷ୍ଟରେ ତାଙ୍କର ଏକ ଶ୍ରେଷ୍ଠ କିକ୍ରେଟ ମୁହିର୍ତ୍ତଟି ଭିଡିଓ ସେୟାର କରିବା ସହିତ ତାଙ୍କର ଅବସରର ନିଷ୍ପତ୍ତି ଶୁଣାଇଥିଲେ । ଦେଶବାସୀଙ୍କ ଉଦେ୍ଦଶ୍ୟରେ କହିଥିଲେ ଧନ୍ୟବାଦ ସମସ୍ତଙ୍କୁ ସମସ୍ତ ଭଲପାଇବା ସର୍ମଥନ ବହୁତ ମୋ ପାଇଁ ।
ଧୋନି ଦେଉଛନ୍ତି ଭାରତର ଅନ୍ୟତମ ସଫଳ ଅଧିନାୟକ ଯେ ୩ଟି ଆଇସିସି ଟ୍ରଫି ଚାମ୍ଫିୟନ ହାସଲ କରିବା ଏକମାତ୍ର ଅଧିନାୟକ ।୨୦୧୧ ବିଶ୍ୱକପ ବିଜୟ ଲାଭ ସହିତ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ବିଦାୟ ସର୍ମଧନାର ମାଷ୍ଟରମାଇଣ୍ତ ଥିଲେ ଧୋନି ।
ଧୋନିଙ୍କ ଅବସର ପରେ ସାକ୍ଷୀ ପ୍ରତିକ୍ରିୟା ରଖିଛନ୍ତି ତୁମେ ଯାହା ହାସଲ କରିଛ ସେଥିପାଇଁ ତୁମେ ଗର୍ବ ଅନୁଭବ କରିବା ସହିତ ଖେଳକୁ ତୁମର ଶ୍ରେଷ୍ଠ ପ୍ରଦାନ କରିଥିବାରୁ ଅଭିନନ୍ଦନ । ତୁମର ସଫଳତା ଏବଂ ତୁମର ବ୍ୟକ୍ତିତ୍ୱ ପାଇଁ ମୁଁ ଗର୍ବିତ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0