spot_img

ଟ୍ରାକ୍ଟର ଓଲଟି ୨ଜଣଙ୍କର ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରାକ୍ଟର ଓଲଟି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଆଜି ସକାଳେ ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆରେ ଏକ ଟା୍ରକ୍ଟରରେ ୪ଜଣ ଲୋକ ଥିଲେ । ସୋମନେ ଟ୍ରାକ୍ଟରଟିକୁ ଆଣି ମାଲିକଙ୍କ ଘରକୁ ଯାଉଥିଲେ । ଚାଳକ ଜଣକ ହଠାତ୍ ବ୍ରେକ୍ ମାରିବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନେ ଝିଙ୍କିରିଆ ଅଞ୍ଚଳରେ ତେନ୍ତୁଳି ବାଟି ଗ୍ରାମର ବାସିନ୍ଦା ବୋଲି ଜଣାଯାଇଛି । ଖବର ପାଇ ମୋରାଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବ ଜବତ କରି ଶବ ବ୍ୟବଛଦ ପାଇଁ ପଠାଇଛି । ତେବେ ଆହାତ ଦୁଇ ଗୁରୁତର ଯୁବକଙ୍କୁ ବାରିପଦାର ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular