spot_img

ଆଠମଲ୍ଲିକ ବ୍ଲକର ୩ ପଞ୍ଚାୟତ ସଟଡ଼ାଉନ

ଆଠମଲ୍ଲିକ: ଅନୁଗୋଳ ଆଠମଲ୍ଲିକ ବ୍ଲକର ୩ଟି ପଞ୍ଚାୟତ କିଆକଟା, ପୁରୁଣାମାନତ୍ରୀ ଓ ମାଧପୁର ୩ ଦିନ ପାଇଁ ସଟଡ଼ାଉନ ।
ସୂଚନା ଅନୁସାରେ ରବିବାର କିଆକଟା ଥାନାର ୫ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚ ସୋମନାଥ ମଲ୍ଲିକ ତିନି ଦିନ ପାଇଁ ପଂଚାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ସେହିପରି ପୁରୁଣାମାନତ୍ରୀ ପଂଚାୟତରେ ଜଣେ ସଂକ୍ରମିତକୁ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବୀରେନ୍ଦ୍ର ବଡ଼ମାଳି ମଧ୍ୟ ତିନିଦିନ ପାଇଁ ସଟଡ଼ାଉନ ଘୋଷଣା କରିଛନ୍ତି ।
ଏହା ସହିତ ରବିବାର ସନ୍ଧ୍ୟାରୁ ମାଧପୁର ପଂଚାୟତ ୭୨ ଘଣ୍ଟା ସଟ ଡ଼ାଉନ ଘୋଷଣା ହୋଇସାରିଛି । ରବିବାର ଆଠମଲ୍ଲିକ ଏନଏସିରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ସୋମବାର ଆଠମଲ୍ଲିକର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular