ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧାରୁ ଅଧିକ ଅଞ୍ଚଳରେ ବର୍ଷା ଜାରି ରହିଛି । ସେପଟେ ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ଆଜି ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ବରଗଡ, ଦେବଗଡ, ସୁନ୍ଦରଗଡ, ଆଦି ୬ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୧୯ ତାରିଖରେ ଲଘୁଚାପ ସୃଷ୍ଟି ହେଉଥିବାରୁ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଢେଙ୍କାନାଳ, ଅନୁଗୁଳ, କଟକ, ଭଦ୍ରକ, ଯାଜପୁର, ସୁନ୍ଦରଗଡ, ଆଦି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅଗଷ୍ଟ ୨୦ ତାରିଖରେ କେନ୍ଦୁଝର, ସମ୍ବଲପୁର, ଦେବଗଡ, ମୟୂରଭଞ୍ଜ, ଅନୁଗୁଳ ଆଦି ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ହେବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0