ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରରେ ଭାରତ ଲଢ଼ିବାକୁ ପ୍ରସ୍ତୁତ ଅଛି । ‘ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ’ ୱେବିନାରରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ ଏସ୍କେ ସାଇନି କହିଛନ୍ତି । ନିରାପତ୍ତା ଆହ୍ୱାନକୁ ସାମ୍ନା କରିବା ପାଇଁ ସ୍ୱଦେଶୀ ସାମର୍ଥ୍ୟର ବିକାଶ ହେବା ଜରୁରୀ । ସଙ୍କଟ ସମୟରେ ଅନ୍ୟ ଦେଶମାନଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଳ ଉପଲବ୍ଧ ହୋଇନପାରେ କିମ୍ବା ଭାରତର ସାମରିକ ସ୍ୱାଧୀନତା ବିନିମୟରେ ତାହା ମିଳିପାରେ । ‘ମେକ୍ ଇନ୍ ଇଣ୍ଡିଆ’ ଯୁଦ୍ଧ ସାମଗ୍ରୀ ଉପଯୋଗ ନିମନ୍ତେ ସେନାର ପ୍ରତିବଦ୍ଧତା ଉପରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି । ସ୍ୱଦେଶୀ ଉତ୍ପାଦନରେ ପ୍ରସ୍ତୁତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେନା ଲଢ଼ିବାକୁ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ସେ ଅ୍ରସ୍ତ୍ରଶସ୍ତ୍ର ସବୁ କଠୋର ମାନକ ପରୀକ୍ଷା କରାଯିବା ଏବଂ ଡେଲିଭରି ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟସୀମା ମଧ୍ୟରେ ମିଳିବା ଆବଶ୍ୟକ ବୋଲି ସାଇନି କହିଛନ୍ତି ।
ସୂଚନାଯୋଗ୍ୟ, ତୃତୀୟ ପିଢ଼ିର କମାଣ ବିରୋଧୀ ଗାଇଡେଡ୍ କ୍ଷେପଣାସ୍ତ୍ର, ପଦାତିକ ବାହିନୀ ନିମନ୍ତେ ଉନ୍ନତ ଯୁଦ୍ଧଯାନ, ଉନ୍ନତମାନର ଆଗ୍ନେୟାସ୍ତ୍ର , କମାଣ ଆଗ୍ନେୟାସ୍ତ୍ର, ଡ୍ରୋନ୍ ବିଧ୍ୱଂସୀ ସିଷ୍ଟମ୍, ଏବଂ ବିଭିନ୍ନ ପ୍ରକାରର ରାଡାର ଆଦି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ଯୋଜନା କରୁଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0