ନୂଆଦିଲ୍ଲୀ: ଅଳ୍ପ ଦିନ ତଳେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁଣି ‘ଏମ୍ସ୍’ରେ ଭର୍ତ୍ତି ହୋଇଛନ୍ତି । ରାତି ପ୍ରାୟ ୨ଟା ବେଳେ ଅମିତ ଶାହାଙ୍କୁ ଦିଲ୍ଲୀ ‘ଏମ୍ସ୍’ ନିଆଯାଇ ଏକ ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ‘ଏମ୍ସ୍’ ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଡାକ୍ତର ମାନେ ଅମିତ୍ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରୁଛନ୍ତି । ‘ଏମ୍ସ୍’ ର ମିଡିଆ ଓ ପ୍ରୋଟକଲ୍ ଡିଭିଜନର ଅଧ୍ୟକ୍ଷା ଡାକ୍ତର ଆରତି ବିଜ୍ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ୩/୪ ଦିନ ହେବ କ୍ଲାନ୍ତ ଲାଗିବା ସହ ଦେହ ହାତ ଘୋଳାବିନ୍ଧା କରୁଛି । ତାଙ୍କର ରକ୍ତ ନମୁନା ଟେଷ୍ଟ ପରେ କୋଭିଡ-୧୯ ରିର୍ପୋଟ ନେଗେଟିଭ ବାହାରିଛି । ବର୍ତ୍ତମାନ ସେ ଆରାମ୍ ଅନୁଭବ କରିଛନ୍ତି ଓ ଡାକ୍ତରଖାନାରେ ଥାଇ ସେ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0