spot_img

ସୁଶାନ୍ତଙ୍କ ଅଭିନୟକୁ ନେଇ ଏପରି କହିଥିଲେ ଦୀପିକା ପାଦୁକୋନ, ଯାହାର ଫଟୋ ହେଉଛି ଭାଇରାଲ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରି, ପରିବାର ସଦସ୍ୟ ଏବଂ ଫ୍ୟାନ୍ସମାନଙ୍କ ନିକଟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ୟ ସେୟାର କରୁଛନ୍ତି । ଏସବୁ ମଧ୍ୟରେ ଦୀପିକା ପାଦୁକୋନଙ୍କର ମଧ୍ୟ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟକୁ ନେଇ ସେ କିଛି କହୁଥିବାର ନଜର ଆସିଛନ୍ତି ।

dipika
ସୂଚନା ଯୋଗ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ କ୍ଲବ ପେଜ୍ ପକ୍ଷରୁ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଭିଡିଓଟି ଦୀପିକାଙ୍କର ଏକ ପୁରୁଣା ସାକ୍ଷାତକାର ବୋଲି ଜଣା ପଡିଛି । ସାକ୍ଷାତକାର ମାଧ୍ୟମରେ ଦୀପିକାଙ୍କୁ ପଚରାଯାଇଛି “ପରଫର୍ମସ୍ ପାଇଁ ସେ କେଉଁ ଅଭିନେତାଙ୍କୁ ହାଇ ରେଟିଂ ଦେବେ ।’ ଏହାର ଉତ୍ତରରେ ଦୀପିକା କହିଥିଲେ ‘ମତେ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟ ଖୁବ୍ ପସନ୍ଦ ।’
ସୁଶାନ୍ତ ସିଂହ ରାଜପୁତ ନିଜର ଖୁବ୍ କମ କ୍ୟାରିୟର ଭିତରେ ଅନେକ ହିଟ୍ ଫିଲ୍ମ କରିଛନ୍ତି । କାହାର ସାହାଯ୍ୟ ବିନା ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ୟି କରିପାରିଥିଲେ । ନିଜର କ୍ୟାରିୟର ଆରମ୍ଭରେ ସେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରୁଥିଲେ । ଏହାପରେ ସୁଶାନ୍ତ ଟେଲିଭିଜନ ସିରିଏଲ୍ ‘ପବିତ୍ର ରିସ୍ତା’ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା । ଏଥିସହ ବଲିଉଡରେ ସୁଶାନ୍ତ ଫିଲ୍ମ ‘କାୟ ପୋ ଛେ’ ରୁ କାମ ଆରମ୍ଭ କରିଥିଲେ।
sushant-singh
ଅନୁଯାୟୀ ଗତ ୨୦୧୭ ମସିହାରେ ଦୀପିକା ପାଦୁକୋନ ସୁଶାନ୍ତଙ୍କ ଫିଲ୍ମ ‘ରାବ୍ତା’ ରେ ସ୍ପେଶାଲ ଡ୍ୟାନ୍ସ କରିଥିଲେ । ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍ ଅଭିନେତ୍ରୀ ଥିଲେ କୃତି ସେନନ୍ । ଅନେକ ଥର ପାର୍ଟିରେ ମଧ୍ୟ ସୁଶାନ୍ତ ଦୀପିକାଙ୍କ ସହ ପୋଜ୍ ଦେଉଥିବାର ନଜର ଆସିଛନ୍ତି, ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Sushant-
ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସମସ୍ତ ସମ୍ପର୍କୀୟ ଏବଂ ସାଙ୍ଗ-ସାଥୀଙ୍କ ବୟାନ ରୁଜୁ କରିସାରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular