ବ୍ରହ୍ମପୁର: କୋଭିଡ଼ ୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଗଣେଷ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏଥିଲାଗି ସହଯୋଗ କରନ୍ତୁ ଏବଂ ଜରୁରୀକାଳୀନ କାର୍ଯ୍ୟ ନଥିଲେ ଘରୁ ବାହାରକୁ ଯାହାନ୍ତୁ ନାହିଁ । ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ ଅଧିକ ସଂକ୍ରମଣ ବନ୍ଦ କରିବା ପାଇଁ ଆପଣଙ୍କ ସହଯୋଗ ଗୁରୁତ୍ୱ ପୂର୍ଣ୍ଣ ।
Ganesh Puja celebrations will be not allowed in keeping view of COVID situations. Pl cooperate & don’t leave home unless there is emergency work. Ur cooperation is important to ensure social distancing & to stop further infection. All shopkeeper has to follow PANCHSUTRA strictly
— Collector & District Magistrate, Ganjam (@Ganjam_Admin) August 18, 2020
ସୂଚନାଯୋଗ୍ୟ, ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ ରୋକ ଲାଗିଛି । କୋଭିଡ଼ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0