spot_img

ପୁଣି ୮ ପୋଲିସ କର୍ମଚାରୀଙ୍କୁ କରୋନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନରେ ପଶିଲା କରୋନା । ୮ ପୋଲିସ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ୍ କରିଦିଆଯାଇଛି । ଏଥି ସହ ଥାନାକୁ ସାନିଟାଇଜ ମଧ୍ୟ କରିଛି ଜିଲ୍ଳା ପ୍ରଶାସନ । ବଡମାଲ ଥାନାରେ ୫ ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ ହେବା ପରେ ଥାନାକୁ ସିଲ କରିଦିଆଯାଇଛି । ଜଣେ ସବ୍ ଇନ୍ସପେକ୍ଟର, ଜଣେ କନେଷ୍ଟବଳ, ଓ ୩ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଥାନା ଆଇଆଇସିଙ୍କ ସମେତ ୩୫ ଜଣ ପୋଲିସ କ୍ୱାରେଣ୍ଟାଇନରେ ଅଛନ୍ତି । ସେହିପରି ବ୍ରଜରାଜନଗର ଆରପିଏଫ ଥାନାର ଇନଚାର୍ଜଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥାନାକୁ ସିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular