spot_img

ଭୁବନେଶ୍ୱରରୁ ଆଉ ୨୨୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୨୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫, ଚନ୍ଦ୍ରଶେଖରପୁରରୁ ୮, ରିଜର୍ଭ ପୁଲିସ କଲୋନୀରୁ ୪, ବଡ଼ଗଡ଼ ବ୍ରିଟ କଲୋନିରୁ ୬, ଗଜପତି ନଗରରୁ ୪, ବାଣୀବିହାର ପଥରବନ୍ଧରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ଲଗାତାର ଭାବେ କରୋନା ଭାଇରସ କାୟା ମେଲାଇ ଚାଲିଛି । ଏବେସୁଦ୍ଧା ଭୁବନେଶ୍ୱରରେ ୫୭୦୭ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୩୬୯୦ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଏତତ୍ ବ୍ୟତୀତ ୨୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୮୩ଟି ସକ୍ରିୟ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular