ଭୁବନେଶ୍ୱର: ଏବେ ଅନଲାଇନ ଉପଲବ୍ଧ ହେବ ବିଦ୍ୟୁତ୍ ସେବା । ବିଦ୍ୟୁତ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଗ୍ରାହକଙ୍କୁ ଆଉ ଯିବାକୁ ପଡିବନି ବିଦ୍ୟୁତ୍ ଅଫିସ୍ । ଏଥିପାଇଁ ରାଜ୍ୟ ଶକ୍ତି ବିଭାଗ ଏକ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ କରୁଛନ୍ତି,ଯାହାକୁ ସରଳ ଓ ଦ୍ୱିଭାଷୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଶକ୍ତି ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏନେଇ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟୁତ୍ ସେବା ଯୋଗାଣରେ ପୋର୍ଟାଲର ଉପଯୋଗିତା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏଥିରେ ବିଦ୍ୟୁତ୍ ସଂଯୋଗ ଦେୟ ସବୁ ବିତରକ କମ୍ପାନୀ ଅଞ୍ଚଳରେ ସମାନ ରହିବ । ବିଦ୍ୟୁତ୍ ଭିତ୍ତିଭୂମି ଥିବା ଅଞ୍ଚଳରେ ଘରୋଇ ଓ ୫ କିଲୋୱାଟ୍ ପର୍ଯ୍ୟନ୍ତ ଲଘୁ ଉଦ୍ୟୋଗ ଉପଭୋକ୍ତାମାନଙ୍କୁ ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ବିଦୁତ୍ ସଂଯୋଗ ଯୋଗାଇ ଦିଆଯିବ । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଭୟ ଉପଭୋକ୍ତା ଓ ସମ୍ପୃକ୍ତ ବିତରକ କମ୍ପାନୀ ଅଧିକାରୀଙ୍କୁ ଏସ୍.ଏମ.ଏସ୍. ଯୋଗେ ସୂଚନା ପ୍ରଦାନ କରାଯିବ । ଅନଲାଇନ୍ ଦରଖାସ୍ତ ଦାଖଲ ପରେ ସଂଯୋଗ ଦେୟ, ଚୁକ୍ତି ପତ୍ର, ବିଲ୍ ଓ ବିଲ୍ ପଇଠ ସୁବିଧା ଆଦି ସେହି ପୋର୍ଟାଲ ମାଧ୍ୟମରେ କରାଯିବ । ବିଶେଷକରି ବିଦ୍ୟୁତ୍ ଗ୍ରାହକମାନେ ଆପତ୍ତି ଅଭିଯୋଗ ଦାଖଲ ଓ ଆଶୁ ସମାଧାନ ପାଇଁ ପୋର୍ଟାଲକୁ ବ୍ୟବହାର କରିପାରିବେ । ରାଜ୍ୟ ସରକାରଙ୍କ ପ୍ରଶାସନିକ ସଂସ୍କାର ଦିଗରେ କାର୍ଯ୍ୟକାରୀ ହେଉଥିବା ‘୫ଟି’ ସିନ୍ଧାନ୍ତ ଆଧାରରେ ଏହି ପୋର୍ଟାଲ୍ ବିଶେଷ ସହାୟକ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ପୋର୍ଟାଲ ଜରିଆରେ ଆଗକୁ ଉପଭୋକ୍ତାମାନଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତି କରିବାକୁ ୪ଟି ବିତରକ କମ୍ପାନୀମାନଙ୍କୁ ମଧ୍ୟ ନଦେ୍ର୍ଦଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରିଡକୋ ଅଧ୍ୟକ୍ଷ ସୌରବ ଗର୍ଗ୍, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗ୍ରିଡକୋର ବିତ୍ତ ନିର୍ଦେଶକ ଗଗନ ସ୍ୱାଇଁ, ଓପିଟିସ୍ଏଲ୍ ମହାପ୍ରବନ୍ଧକ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0