spot_img

ଦିନକରେ ପରୀକ୍ଷା ହେଲା ୯ ଲକ୍ଷ ନମୁନା

ନୂଆଦିଲ୍ଲୀ: ଦେଶରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟିଂ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାୟ ୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଦେଶରେ ନମୁନା ପରୀକ୍ଷା ବଢ଼ି ଚାଲୁଥିବା ବେଳେ ପଜିଟିଭ୍ ହାର କମୁଛି । ଦେଶରେ ଦିନକୁ ଏବେ ପ୍ରାୟ ୭ ଲକ୍ଷରୁ ୮ ଲକ୍ଷ ନମୁନା ପରୀକ୍ଷା ହେଉଛି । ପଜିଟିଭ୍ ହାର ୧୦.୦୩ ପ୍ରତିଶତରୁ ୭.୭୨ ପ୍ରତିଶତ ହ୍ରାସ ପାଇଛି । ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ତୁଳନାରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨.୯୩ ଗୁଣ ଅଧିକ ରହିଛି । ଗତ ୧୩ ତାରିଖରୁ ଦେଶରେ ଲଗାତାର ଭାବେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଲଗାତାର କମୁଛି । ଏକ ମହାମାରୀ ପାଇଁ ୫ ଦିନ ଅତ୍ୟନ୍ତ କମ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ମହାମାରୀର ମୁକାବିଲା ପାଇଁ ଦେଶରେ ଏବେ ୩ଟି ଟିକା ପର୍ଯ୍ୟାୟରେ ଅଛି । ଦିନେ ଦୁଇଦିନ ଭିତରେ ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ଦ୍ୱିତୀୟ ସ୍ଥାନରେ ତାମିଲନାଡ଼ୁ ରହିଛି ।
ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମହାମାରୀ କୋଭିଡ଼୍ -୧୯ ଦ୍ୱାରା ୨ କୋଟି ୨୧ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହେବା ସହ ପାଖାପାଖି ୭ ଲକ୍ଷ ୮୦ ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି । ବିଶେଷକରି ୨୦ , ୩୦ ଓ ୪୦ ବର୍ଷୀୟ ବୟସ୍କମାନଙ୍କ ଦ୍ୱାରା ସଂକ୍ରମଣ ହାର ବଢ଼ୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ଏମାନଙ୍କ ଭିତରେ ସଚେତନତାର ଅଭାବ ଯୋଗୁଁ ଏପରି ହେଉଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular