spot_img

ମାଲକାନଗିରିର ପୁଣି ପ୍ରବଳ ବର୍ଷା

ମାଲକାନଗିରି: ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ଜଟିଳ ହୋଇପଡିଥିଲା । ମାତ୍ର ଗତ ୪୮ ଘଣ୍ଟା ବର୍ଷା ହୋଇନଥିବାରୁ ସ୍ଥିତିରେ ସୁଧାର ଆସିଥିଲା । ମୋଟୁରେ ଜଳସ୍ତର ହ୍ରାସ ପାଇବା ଯୋଗୁଁ ବଡ ଧରଣ ବିପଦ ଟଳିଯାଇଥିଲା । କିନ୍ତୁ ମୌସୁମୀ ବାୟୁ ପ୍ରଭାବରେ ଜିଲ୍ଲାରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି, ଯାହା ସରକାରଙ୍କ ଚିନ୍ତା ବଢାଇଦେଇଛି । ବ୍ଲକ ପ୍ରଶାସନ, ମୋଟୁ ତହସିଲଦାର ଏବଂ ପୋଲିସ୍ ପ୍ରଶାସନ ତରଫରୁ ସଜାଗ ରହିଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ଓ ପ୍ରଶାସନ ସଜାଗ ରହିଥିବା ସୂଚନା ରହିଛି । ଗତକାଲି ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଏସଆରସି ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରି ଫେରିଛନ୍ତି । ସୀମାନ୍ତ ମୋଟୁରେ ଥିବା ସାଲେରୁ ଓ ଗୋଦାବରୀ ନଦୀ ଜଳ ବଢି ଥିବାରୁ ମୋଟୁ ପଞ୍ଚୟତର ବହୁ ଗ୍ରାମର ଘର, ଚାଷ ଜମି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular