ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ରହିଛି ୭୪ ଦଶମିକ ୯୫ ପ୍ରତିଶତ । ପୂର୍ବବର୍ଷ ଅପେକ୍ଷା ପାସ ହାର ବଢ଼ିଛି । ଛାତ୍ରଙ୍କଠାରୁ ଆଗରେ ଅଛନ୍ତି ଛାତ୍ରୀ । ମୋଟ୨୫ ହଜାର ୭୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୯ ହଜାର ୩୧୮ ଜଣ । ୧୬ ହଜାର ୬୪୮ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୧୨ ହଜାର ୨୧୫ ଜଣ । ସେହିପରି ୯ ହଜାର ୧୨୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୭ହଜାର ୧୦୩ ଜଣ । ପ୍ରଥମ ଶ୍ରେଣୀରେ ୬ ହଜାର ୬୧୦ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୪ହଜାର ୨୫୯ ଜଣ ଓ ତୃତୀୟ ଶ୍ରେଣୀରେ ୮ ହଜାର ୩୧୬ ଜଣ ପାସ କରିଛନ୍ତି । ନୟାଗଡ଼ ସର୍ବାଧିକ ପାସ ହାର ୮୮ଦଶମିକ ୭୦ ପ୍ରତିଶତ ଥିବାବେଳେ ଦେବଗଡ଼ ସର୍ବନିମ୍ନ ପାସହାର ୩୪ ଦଶମିକ ୧୭ ରହିଛି । ୨୯ଟି କଲେଜରେ ଶତିପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ୨ଟି କଲେଜରେ ରେଜଲ୍ଟ ଶୂନ ପ୍ରତିଶତ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0