ମାଲିରେ ସେନାର ବିଦ୍ରୋହ ପରେ ରାଷ୍ଟ୍ରପତି ଇବ୍ରାହିମ ବାଉବକର କିତା ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ସଂସଦକୁ ଭାଙ୍ଗି ଦିଆଯାଇଛି । ମାଲି ପ୍ରଥମରୁ ଜିହାଦୀ ବିରୋଧର ସାମ୍ନା କରିଆସୁଛି । ନ୍ୟୁଜ୍ ଏଜେନ୍ସି ରାଇଟର୍ସ ଅନୁସାରେ ରାଷ୍ଟ୍ରପତି କିତା ଷ୍ଟେଟ୍ ଟେଲିଭିଜନ୍ରେ ପ୍ରସାରିତ ଏକ ସଂକ୍ଷିପ୍ତ ସମ୍ବୋଧନରେ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସେ ଥକି ଥିବା ନଜର ଆସିଥିଲେ । ସେ ମୁହଁରେ ସର୍ଜିକାଲ ମାସ୍କ ପିନ୍ଧିଥିଲେ । ଆଜି ଆମର ସଶସ୍ତ୍ର ବଳର କିଛି ତତ୍ତ୍ୱ ଚାହୁଁଛନ୍ତି କି ତାଙ୍କ ହସ୍ତକ୍ଷେପରେ ଏହି ବିଦ୍ରୋହ ସମାପ୍ତ ହୋଇଯିବ । ତେବେ ମୋ ପାଖରେ ଅନ୍ୟ କିଛି ବିକଳ୍ପ ଅଛି କି ବୋଲି ସେ କହିଥିଲେ । ତେବେ ବିଦ୍ରୋହର ନେତୃତ୍ୱ କିଏ ନେଉଥିଲା ତାହା ସ୍ପଷ୍ଟ ହୋଇନାହିଁ ।

କିତାଙ୍କ ଅନୁପସ୍ଥିତିରେ କିଏ ଶାସନ ଚଳାଇବ ଓ ବିଦ୍ରୋହୀ କ’ଣ ଚାହୁଁଛନ୍ତି ତା’ ମଧ୍ୟ ଅଜଣା । ମାଲିରେ ୨୦୧୨ ମସିହାରେ ମଧ୍ୟ ଏପରି ହୋଇଥିଲା । ବର୍ତ୍ତମାନ ମାଲିରେ ବିଦ୍ରୋହୀମାନଙ୍କର ବିକ୍ଷୋଭ ଜାରି ରହିଛି । ସୈନିକମାନେ ଶସ୍ତ୍ରାଗାରରେ ପଶି ଅସ୍ତ୍ରଶସ୍ତ୍ର ଉପରେ କବ୍ଜା କରିନେଇଛନ୍ତି । ସେମାନେ ବରିଷ୍ଠ ସେନା ଅଧୀକାରୀଙ୍କୁ ବନ୍ଦୀ କରିନେଇଛନ୍ତି । ପରେ ସେମାନେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ବନ୍ଦୀ କରିନେଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0