ନୂଆଦିଲ୍ଲୀ ୨୨।୦୬: ରଥଯାତ୍ରା ନେଇ ଲାଗି ରହିଥିବା ଦ୍ବନ୍ଦ ଆଜି ଦୂର ହେବାର ସମ୍ବାବନା ରହିଛି । ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ।
केंद्र ने सुप्रीम कोर्ट के सामने वार्षिक रथ यात्रा मामले का जिक्र किया और कहा, कोरोना वायरस महामारी को ध्यान में रखते हुए इसे सार्वजनिक भागीदारी के बिना आयोजित किया जा सकता है। #COVID19 https://t.co/CeBSlY4560
— ANI_HindiNews (@AHindinews) June 22, 2020
ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ସଂଶୋଧନ ପାଇଁ ୧୭ଟି ପିଟିସନ ଦାୟର ହୋଇଥିଲା। ସବୁ ପିଟିସନକୁ ଗ୍ରହଣ କରି କୋର୍ଟ ଶୁଣାଣି ଜାରି ରଖିଛନ୍ତି। ଛୁଟି ଥିବା ସତ୍ତ୍ବେ ମୋଡିଫିକେସନ ପିଟିସନକୁ ଗ୍ରହଣ କରି ଶୁଣାଣି ଜାରି ରଖିଛନ୍ତି ସୁପ୍ରିମକୋର୍ଟ ।ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ବିନା ଗହଳିରେ ରଥଯାତ୍ରାକୁ ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ସମର୍ଥନ ଜଣାଯାଇଛି । ସେହିପରି ଓଡ଼ିଶା ସରକାର ମଧ୍ୟ ବିନା ଗହଳିରେ ରଥଯାତ୍ରାକୁ ସମର୍ଥନ କରିଛନ୍ତି । ପୂରା ସାବଧାନତାର ସହ ରୀତିନୀତି ଓ ଯାତ୍ରା ପୂରା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଶତାବ୍ଦୀ ଧରି ଚାଲିଆସୁଥିବା ପରମ୍ପରାରେ ରୋକ ଲଗାଇବା ଠିକ୍ ହେବ ନାହିଁ ବୋଲି କୋର୍ଟରେ କୁହାଯାଇଛି । କେନ୍ଦ୍ର ପକ୍ଷରୁ ଝଏ ତୁଷାର ମେହେଟ୍ଟା ଯୁକ୍ତି ରଖି କହିଛନ୍ତି ଯେ, ଶହ ଶହ ବର୍ଷର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ । ଏହା କୋଟି କୋଟି ଲୋକଙ୍କ ଆସ୍ଥାର ବିଷୟ । ଜଗନ୍ନାଥ ଯଦି ଆସନ୍ତାକାଲି ରଥକୁ ନ ଆସିଲେ ତେବେ ୧୨ ବର୍ଷ ଯାଏ ଆସିପାରିବେନି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0