spot_img

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଦେଲା ୨୫୦କୋଟି ..

କୋଭିଡ୍‌-୧୯ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପୁଣି ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଖଣି ନିଗମ(ଓଏମ୍‌ସି)। ଆଜି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଓଏମ୍‌ସି ଅଧ୍ୟକ୍ଷ ସଞ୍ଜୀବ ଚୋପ୍ରା ଏହି ଚେକ୍ ପ୍ରଦାନ କରିଥିଲେ। ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ଭିନିଲ୍‌ କ୍ରିଷ୍ଣା ଉପସ୍ଥିତ ଥିଲେ। ଏହା ପୂର୍ବରୁ ଓଏମ୍‌ସି ଗତ ମାର୍ଚ୍ଚ ମାସରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରିଥିଲା। ଏହା ସହ ୮ଟି ଜିଲ୍ଲାରେ ୧୦ଟି କୋଭିଡ୍‌ ହସ୍ପିଟାଲ୍‌କୁ ମଧ୍ୟ ଓଏମ୍‌ସି ଅର୍ଥ ପ୍ରଦାନ କରୁଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular