spot_img

ଦେଶରେ ୨୪ ଘଣ୍ଟାରେ ୬୯,୬୫୨ନୂଆ ପଜିଟିଭ ଚିହ୍ନଟ,୯୯୭ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟ ଅନୁସାରେ ସମଗ୍ର ଦେଶରେ ୨୮,୩୬,୯୨୫ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦,୯୬,୬୬୪ ଜଣ ସୁସ୍ଥ ହୋଇଛନ୍ତି । ବାକି ୫୩,୮୬୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣାାପଡିଥିବା ୬୯,୬୫୨ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୬,୩୯୫ ରହିଛି । ସେହିପରି ଦିନକରେ ୯୯୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସୂଚନାମୁତାବକ, ପୁରା ବିଶ୍ୱରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨.୨୨ କୋଟିରେ ପହଞ୍ଚିଥିବା ବେଳେ ୭.୮୪ଲକ୍ଷ ଲୋକଙ୍କ ଜୀବନ ଯାଇସାରିଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular