spot_img

ରାଜ୍ୟରେ ପୁଣି ରେକର୍ଡ଼ ଟେଷ୍ଟିଂ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୫୩ ହଜାର ୪୭୮ ନମୁନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର ଓ ୧୧୭ଟି ଟ୍ରୁନଟ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗଞ୍ଜାମରେ ହୋଇଛି ୬ ହଜାର ୫ଶହ ୬୪ ନମୁନା ପରୀକ୍ଷା । ଗତ କିଛି ଦିନ ଧରି ରାଜ୍ୟରେ ରେର୍କଡ଼ ଟେଷ୍ଟ ହେଉଛି । ଗତକାଲି ୫୩ ହଜାର ୧୫ ନମୁନା ପରୀକ୍ଷା ହୋଇଥିଲା । ଗତ ୪ରୁ ୫ ଦିନ ହେବ ୫୦ ହଜାର ରୁ ଅଧିକ ନମୂନା ପରୀକ୍ଷା କରାଯାଉଛି । କରେନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି । ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୦ ଲକ୍ଷ ଟପିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular