ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରବ୍ୟାପୀ ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣର ପଞ୍ଚମ ସଂସ୍କରଣର ପରିଣାମ ବିଷୟରେ ଗୁରୁବାର ଘୋଷଣା କରିବେ । ଏହି ସର୍ବେକ୍ଷଣରେ ଦେଶରେ ୪୨୪୨ ସହର, ୬୨ଛାଉଣୀ ବୋର୍ଡ ଏବଂ ଗଙ୍ଗା ନଦୀ କୂଳରେ ଥିବା ୯୨ ନଗରର ୧.୮୭ କୋଟି ନାଗରିକ ଭାଗ ନେଇଥିଲେ । ‘ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ’ ରେ ଉତ୍ତମ ପ୍ରଦର୍ଶନ କରିଥିବା ସହର ଓ ରାଜ୍ୟକୁ ପ୍ରାୟ ୧୨୯ଟି ପୁରସ୍କାର ଦିଆଯିବ ବୋଲି କେନ୍ଦ୍ରୀୟ ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରାଳୟର ପ୍ରବକ୍ତା ରାଜୀବ ଜୈନ୍ କହିଛନ୍ତି । ଭିଡ଼ିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ସ୍ୱଚ୍ଛ ଭାରତ ମିଶନରେ ଜଡ଼ିତ ସମସ୍ତ କର୍ମଚାରୀଙ୍କ ସହ କଥା ହେବେ ।

‘ସ୍ୱଚ୍ଛ ଭାରତ’ ଅଭିଯାନକୁ ଆଜି ୨୮ଦିନ ପୂରା ହେଲା । ସ୍ୱଚ୍ଛତା ଆପ୍ରେ ୧.୭ କୋଟି ନାଗରିକ ନିଜର ପଞ୍ଜୀକରଣ କରାଇଛନ୍ତି । ସୋସିଆଲ ମିଡ଼ିଆରେ ୧୧ କୋଟିରୁ ଉର୍ଦ୍ଧ୍ୱ ଥର ଏହାକୁ ଲୋକେ ଦେଖିଛନ୍ତି । ୫.୫ ଲକ୍ଷରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ନିଜର ୬୮ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ପାଇଁ ଜନତାଙ୍କଠାରୁ ପ୍ରସ୍ତାବ ମାଗିଛନ୍ତି । ପ୍ରତି ମାସର ଶେଷ ରବିବାରରେ ହେଉଥିବା ଏହି କାର୍ଯ୍ୟକ୍ରମ ୩୦ ଅଗଷ୍ଟରେ ହେବ । ଏଥିପାଇଁ ଫୋନ୍ ଲାଇନ୍ ୧୦ ଅଗଷ୍ଟ ଯାଏଁ ଖୋଲା ଅଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0