ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଙ୍ଗପୁର ଥାନା ଅନ୍ତର୍ଗତ ବାତୁଳା ଗାଁ ଦାଣ୍ଡରୁ ଜଣେ ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏପରି ଘଟିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ଗ୍ରାମର ହୃଷି ନାହାକଙ୍କ ପୁଅ ରଞ୍ଜନ ନାହାକ ଓ ତାଙ୍କ ସାଙ୍ଗ ବିନୋଦ ଗୈାଡ ଗତକାଲି ରାତିରେ ବିନୋଦଙ୍କ ମାମୁଁ ଘର ଗାଁ ସାହସପୁରକୁ ଯାଇଥିଲେ । ବାଟରେ କିଛି ଲୋକ ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଘଟଣାସ୍ଥଳରେ ରଞ୍ଜନ ନାହାକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବିନୋଦ ଗୈାଡଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏବଂ ଏସଡିପିଓ ବୀରେଶ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପ୍ରେମ ବ୍ୟାପାରକୁ ନେଇ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0