ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଫୁଟବଲ୍ ତାରକା ସୁରଜିତ୍ ବୋଷ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ରକ୍ତ କର୍କଟ ହୋଇଥିବା ବେଳେ ସେ ନୂଆଦିଲ୍ଲୀସ୍ଥିତ ଏମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହିନ୍ଦ୍ରା ୟୁନାଇଟେଡ୍ ଜାତୀୟ ଫୁଟବଲ୍ ଲିଗ୍ (୨୦୦୫-୦୬) ବିଜୟୀ ଦଳର ପ୍ରମୁଖ ସଦସ୍ୟ ଥିବା ୩୩ ବର୍ଷୀୟ ଖେଳାଳି ଏବେ ରକ୍ତ କର୍କଟ ସହ ସଂଗ୍ରାମ କରୁଛନ୍ତି । ଆର୍ଥିକ ସଙ୍କଟ ସତ୍ତ୍ୱେ ସେ ହାର୍ ମାନିନାହାନ୍ତି । ମୁଁ ପଡିଆରେ ଲଢିଛି, ଏବେ ଜୀବନ ପାଇଁ ଲଢୁଛି । ତଥାପି କେବେ ହାର୍ ମାନିବିନି । ଯେକୌଣସି ମତେ ସୁସ୍ଥ ହୋଇ ପରିବାର ଓ ଘରକୁ ଫେରିବି ବୋଲି ମଙ୍ଗଳବାର ପ୍ରଥମ ତର କେମୋ ନେବା ପରେ ସୁରଜିତ୍ କହିଛନ୍ତି । ସେପଟେ ପ୍ରଥମ ମାସର ଚିକିତ୍ସା ପାଇଁ ଡେନସନ୍ ଦେବଦାସଙ୍କ ଦ୍ୱାରା ପରିଚାଳିତ ପୂର୍ବତନ ଓ ଏବର ଫୁଟବଲରଙ୍କ ସହ ଜଡିତ ସଂସ୍ଥା ‘ପ୍ଲେୟାର୍ସ ଫର୍ ହ୍ୟୁମାନିଟିଜ୍’ ସାହାଯ୍ୟ କରିଛି । ସୂଚନା ମୁତାବକ, ସୁରଜିତ ୨୦୦୪-୦୮ ପର୍ଯ୍ୟନ୍ତ ପ୍ରଶିକ୍ଷକ ସୁଖବିନ୍ଦର ସିଂହଙ୍କ ଅଧୀନରେ ଭାରତ ପକ୍ଷରୁ ଖେଳିଥିଲେ । ଇଷ୍ଟ ବେଙ୍ଗଲ, ମୋହନ ବାଗନ, ମହମ୍ମଡାନ୍ ସ୍ପୋର୍ଟିଂ ଓ ଭାରତ ଏଫସି କ୍ଲବ୍ ପକ୍ଷରୁ ଖେଳିଥିଲେ । ସେ ଶେଷ ଥର ଲାଗି ୨୦୧୪ ରେ ଆଇଲିଗ୍ ଖେଳିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0