ମୁମ୍ବାଇ : ଶେଷରେ ସୋସିଆଲ ମିଡ଼ିଆରେ ଟ୍ୱିଟରରେ ପାଦ ଥାପିଲେ ବଲିଉଡ଼ ଅଭିନେତ୍ରୀ କଙ୍ଗନା । ସେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଏଥିରେ “ଏହି ଭିଡ଼ିଓ ମୋ ଟ୍ୱିଟର ପରିବାର ପାଇଁ’ ବୋଲି ମଧ୍ୟ ଲେଖିଛନ୍ତି । ଭିଡ଼ିଓଟିରେ ସେ ହିନ୍ଦୀରେ କ଼ହୁଥିବା ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର କାମ କରିବାର ୧୫ ବର୍ଷ ହେଲାଣି । ଏ ଭିତରେ ଅନେକ ପରିସ୍ଥିତି ତାଙ୍କୁ ସୋସିଆଲ ମିଡ଼ିଆରେ ଯୋଗ ଦେବା ପାଇଁ ଚାପ ପକାଇଛି । ସୋସିଆଲ ମିଡ଼ିଆରେ ଆସିବିନି ବୋଲି କୋଟି କୋଟି ଟଙ୍କାର ଚୁକ୍ତିକୁ ସେ ପଛ କରି ଦେଇଥିବା କଥା କିଛି ବ୍ରାଣ୍ଡ ଆଉ ଏଜେନ୍ସି ଜାଣନ୍ତି । ସେଥିପାଇଁ ତାଙ୍କୁ କେହି କେହି ଚୁଡେଲ ଓ ପାଦ ଓଲଟା ଥିବା କଥା ମଧ୍ୟ କହନ୍ତି ।
This is for my twitter family 🥰🙏 pic.twitter.com/KGdJPPWrQ1
— Kangana Ranaut (@KanganaTeam) August 21, 2020
ସୋସିଆଲ ମିଡ଼ିଆରେ ନରହି ମଧ୍ୟ ସେ ନିଜକୁ କେବେ ପ୍ରଶଂସକଙ୍କଠାରୁ ଦୂରରେ ଥିବା ଅନୁଭବ କରିନାହାନ୍ତି । ସେମାନଙ୍କୁ କିଛି କହିବାର ଥିଲେ ସେମାନଙ୍କୁ ସୋସିଆଲ ମିଡ଼ିଆରେ ସିଧାସଳଖ ନକହି ଫିଲ୍ମ ମାଧ୍ୟମରେ କାହିଁକି କହିପାରିବିନି ବୋଲି ଭାବିଥାଏ । ସୁଶାନ୍ତ ସିଂହଙ୍କୁ ନ୍ୟାୟ ଦେବା ମାମଲାରେ ଯେପରି ସାରା ବିଶ୍ୱ ସୋସିଆଲ ମଡ଼ିିଆରେ ଏକାଠି ହୋଇଗଲା , ସେତେବେଳେ ତାଙ୍କୁ ସୋସିଆଲ ମିଡ଼ିଆର ଶକ୍ତି କଥା ଜଣାପଡ଼ିଲା ବୋଲି ସେ କହିଛନ୍ତି । ଏହା ମାଧ୍ୟମରେ ସମସ୍ତେ ଏକାଠି ହୋଇ ନୂଆ ଭାରତ ଗଠନ ପାଇଁ ସ୍ୱର ଉଠାଇ ପାରିବା । ତେଣୁ ସେ ଟ୍ୱିଟର ଜରିଆରେ ସୋସିଆଲ ମିଡ଼ିଆରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0